Follow the latest news & analysis, and explore stories that showcase Odisha's arts, culture, sports, business & entrepreneurship. 1 Million - YouTube/OdishaLIVE

Odisha
"ବିଧାନସଭାରେ ଜରିମାନା ଦେଇ ସରକାରଙ୍କୁ ଘେରିଲୁ" | Taraprasad Bahinipati on Assembly Protest ଓଡ଼ିଶା ରାଜନୀତିରେ ଜଣେ ଟାଣୁଆ ନେତା ତାରାପ୍ରସାଦ ବାହିନୀପତି। ୩ ଦଶନ୍ଧିରୁ ଅଧିକ ସମୟ ସେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। ୨୦୦୦ ମସିହାରେ ସେ କୋରାପୁଟ ବିଧାନସଭା ଆସନରୁ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୪ରେ କୋରାପୁଟରୁ ଏବଂ ୨୦୧୪, ୨୦୧୯ ଏବଂ ୨୦୨୪ ଜୟପୁର ବିଧାନସଭା ଆସନରୁ ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ବିଜୟୀ ହୋଇ ବିଧାୟକ ହୋଇଛନ୍ତି। ଓଡ଼ିଶାଲାଇଭ୍‌ର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ବିଧାନସଭାରେ ଜରିମାନା ଆକାରରେ ୬୦ ହଜାର ଟଙ୍କାର କଏନ ଦେଇ ସରକାରଙ୍କୁ ଘେରିବା ଘଟଣା ବିଷୟରେ କହିଛନ୍ତି ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି। #TaraPrasadBahinipati #KeteKatha #OdishaLIVE @bhalubh55
57
ଡକ୍ଟର ଲଲାଟେନ୍ଦୁ ସାହୁଙ୍କୁ ଅକ୍ଷୟ ଉପନ୍ୟାସ ପୁରସ୍କାର | Dr. Lalatendu Sahoo Receives Akshaya Novel Award ଭୁବନେଶ୍ୱରର ଜୟଦେବ ଭବନରେ ପ୍ରତିଭା ରାୟ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ଆୟୋଜିତ ଷଷ୍ଠ ‘ଅକ୍ଷୟ ଉପନ୍ୟାସ’ ପୁରସ୍କାର ସମାରୋହରେ ‘ଘାଟମୁହାଁ ଡଙ୍ଗା’ ଉପନ୍ୟାସ ପାଇଁ ଡକ୍ଟର ଲଲାଟେନ୍ଦୁ ସାହୁଙ୍କୁ ସମ୍ମାନିତ କରାଯାଇଛି। ସମାରୋହରେ ‘ପକ୍ଷୀଘର’ ପ୍ରକାଶନର ବନୋଜ ତ୍ରିପାଠୀଙ୍କୁ ‘ସୁଧୀ ପ୍ରକାଶକ ସମ୍ମାନ’ ଏବଂ ଇଞ୍ଜିନିୟର ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କୁ ‘ପ୍ରିୟ ପାଠକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। #AkshayaNovelAward #LalatenduSahoo #OdishaLiterature
50
ଓଡ଼ିଶାଲାଇଭ୍‌ର କେତେକଥା କାର୍ଯ୍ୟକ୍ରମରେ ତାରାପ୍ରସାଦ ବାହିନୀପତି | Tara Prasad Bahinipati in OdishaLIVE’s ‘Kete Katha’ ଓଡ଼ିଶା ରାଜନୀତିରେ ଜଣେ ଟାଣୁଆ ନେତା ତାରାପ୍ରସାଦ ବାହିନୀପତି। ୩ ଦଶନ୍ଧିରୁ ଅଧିକ ସମୟ ସେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। ୨୦୦୦ ମସିହାରେ ସେ କୋରାପୁଟ ବିଧାନସଭା ଆସନରୁ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୪ରେ କୋରାପୁଟରୁ ଏବଂ ୨୦୧୪, ୨୦୧୯ ଏବଂ ୨୦୨୪ ଜୟପୁର ବିଧାନସଭା ଆସନରୁ ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ବିଜୟୀ ହୋଇ ବିଧାୟକ ହୋଇଛନ୍ତି। ଓଡ଼ିଶାଲାଇଭ୍‌ର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି। #TaraPrasadBahinipati #KeteKatha #OdishaLIVE @bhalubh55
26
ନୂଆ ଲେଖକଙ୍କୁ ପ୍ରୋତ୍ସାହିତ କରିବା ଆମର ଲକ୍ଷ୍ୟ - ଡକ୍ଟର ପ୍ରତିଭା ରାୟ | ‘Akshaya Upanyasa’ Award Ceremony ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପ୍ରତିଭା ରାୟ ଫାଉଣ୍ଡେସନ୍ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ଷଷ୍ଠ ‘ଅକ୍ଷୟ ଉପନ୍ୟାସ’ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଲଲାଟେନ୍ଦୁ ସାହୁଙ୍କୁ ‘ଘାଟମୁହାଁ ଡଙ୍ଗା’ ପାଇଁ ‘ଅକ୍ଷୟ ଉପନ୍ୟାସ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟ ସମାରୋହ ଉଦ୍ଦେଶ୍ୟ ବିଷୟରେ କହିବା ସହ ନୂତନ ପିଢ଼ିର ଉପନ୍ୟାସ ଲେଖକଙ୍କୁ ପ୍ରୋତ୍ସାହନ ଦେବାର ଗୁରୁତ୍ଵପୂର୍ଣ୍ଣ ବୋଲି ମତ ରଖିଥିଲେ। #AkshayaUpanyasa #PratibhaRay #OdiaLiterature
30
For long, engineering has been about solving problems. The climate era demands something more. Author, journalist and global sustainability expert Satya Brata Das highlights an important shift in how we think about climate action. He calls attention to this transformation through the lens of Future Engineering, drawing on the Planet Positive 2030 vision. Satya Brata points towards an engineering paradigm that moves beyond mitigation and net zero—towards restoring ecosystems, regenerating natural systems and actively healing the planet. This idea lies at the heart of his forthcoming book, 𝗧𝗵𝗲 𝗠𝗮𝗻𝗶𝗳𝗲𝘀𝘁𝗼 𝗼𝗳 𝗛𝗼𝗽𝗲: 𝗔 𝗡𝗲𝘄 𝗦𝗼𝗰𝗶𝗮𝗹 𝗖𝗼𝗻𝘁𝗿𝗮𝗰𝘁 𝗳𝗼𝗿 𝗢𝘂𝗿 𝗛𝘂𝗺𝗮𝗻 𝗙𝗮𝗺𝗶𝗹𝘆. ✅ 𝗥𝗲𝗹𝗲𝗮𝘀𝗶𝗻𝗴 𝘄𝗼𝗿𝗹𝗱𝘄𝗶𝗱𝗲 𝗼𝗻 𝟮 𝗢𝗰𝘁𝗼𝗯𝗲𝗿 𝟮𝟬𝟮𝟲, the book explores climate resilience, green transition, citizen leadership and collective action, to create a future where both people and the planet can thrive. 👉 𝗣𝗿𝗲-𝗼𝗿𝗱𝗲𝗿 your copy on @amazon today. Canada: bit.ly/4x1S5pl USA: bit.ly/4g6fuP2 India: bit.ly/3S330jj UK: bit.ly/45rLMzg Australia: bit.ly/4xzyrke Europe: bit.ly/4g67FsI Switzerland: bit.ly/4y0daAk Sarah Scott @pranabpani Sujit Kumar Mohanty Dr. Fakir Mohan Nahak Prof. (Dr.) Mrinal Kumar Chatterjee Santosh Kumar Biswal Dr. Anand Pradhan Debilal Mishra Dr. Kitty Mukherjee @nilambarrath @bhaskarparichha Marie Shabaya Liubov Ruchinskaya Luyao Zhang Todd Babiak Hon. Thomas A. Lukaszuk, ECA, B.Ed, ICD.D Serena Mahar-O'Keefe Yasmeen Abu-Laban Stephen Murgatroyd, PhD FBPsS FRSA Stephen Carter #TheManifestoOfHope #HopeInAction #Climateresilience #Sustainability #CitizenLeadership #CollectiveAction #OurSharedFuture #FutureForAll
1
57
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭୁବନେଶ୍ଵରରେ ମେଗା ରକ୍ତଦାନ ଶିବିର | Mega Blood Donation Camp in Bhubaneswar on PM Modi’s Birthday ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ର ଅଂଶ ଭାବେ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଶିବିରରେ ଯୋଗଦେଇ ରକ୍ତଦାନର ଗୁରୁତ୍ୱ ଉପରେ ବାର୍ତ୍ତା ଦେଇଥିଲେ। ଏହି ଶିବିରରେ ୮,୮୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି। ରକ୍ତଦାନ କରି ଜୀବନ ବଞ୍ଚାଇବାର ବାର୍ତ୍ତା ଦେଇଥିଲେ ରକ୍ତଦାତା ଓ ସ୍ୱେଚ୍ଛାସେବୀ। #BloodDonation #SevaSankalpAbhiyan #PMModiBirthday @narendramodi @CMO_Odisha @BJP4India @BJP4Odisha
130
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ‘ସେବା ସଂକଳ୍ପ ଅଭିଯାନ’ | CM Majhi Lights Lamps on PM Modi’s Birthday ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଏହି ଅବସରରେ ମୁକ୍ତେଶ୍ଵର ମନ୍ଦିର ପରିସରରେ ଆୟୋଜିତ 'ଆଶୀର୍ବାଦର ଦୀପ' କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ। ଏହାସହ ବିଭିନ୍ନ ବର୍ଗର ଲୋକଙ୍କ ଅକୁଣ୍ଠ ଆଶୀର୍ବାଦ, ସମର୍ପଣ ଓ ଶ୍ରଦ୍ଧାଭାବକୁ ସେ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜସ୍ଵ ଓ ବିପର୍ଯୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ବିଧାୟକମାନେ ଉପସ୍ଥିତ ରହି ଦୀପ ଜାଳିଥିଲେ। #SevaSankalpAbhiyan #PMModiBirthday #OdishaCM
44
“ମହାକାଶରେ ତିଆରି ହେବ ଔଷଧ” - ଅନ୍ତରୀକ୍ଷ ପରିଚ୍ଛା | When Space Meets Medicine – Antariksh Parichha ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ଯୋଡ଼ି ହୋଇଛନ୍ତି ଯୁବ ଉଦ୍ୟୋଗୀ ତଥା ସେରେଣ୍ଡିପିଟି ସ୍ପେସ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ ଅନ୍ତରୀକ୍ଷ ପରିଚ୍ଛା। ଜର୍ମାନୀରେ ଉଚ୍ଚଶିକ୍ଷା ପରେ ଷ୍ଟାର୍ଟଅପ୍‌ ଯାତ୍ରା ଆରମ୍ଭ କରିଥିବା ଅନ୍ତରୀକ୍ଷ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ଉପରେ କାମ କରୁଛନ୍ତି। ଏହି ସାକ୍ଷାତକାରରେ ସେ ତାଙ୍କ ଷ୍ଟାର୍ଟଅପ୍‌ ଯାତ୍ରା, ମହାକାଶରେ ଔଷଧ ଉତ୍ପାଦନ ଉପରେ ଚାଲିଥିବା ଗବେଷଣା ଏବଂ ମାଇକ୍ରୋଗ୍ରାଭିଟି ପରିବେଶରେ ଔଷଧ ପ୍ରସ୍ତୁତିର ସମ୍ଭାବନା ବିଷୟରେ ନିଜ ଅନୁଭୂତି ଓ ମତ ରଖିଛନ୍ତି। ଏଥିସହ ଓଡ଼ିଶାରେ ସ୍ପେସ୍‌-ଟେକ୍‌ ଷ୍ଟାର୍ଟଅପ୍‌ର ବିକାଶ ଏବଂ ଯୁବପିଢ଼ି ପାଇଁ ଏହି କ୍ଷେତ୍ରରେ ଥିବା ସୁଯୋଗ ନେଇ ମଧ୍ୟ ଆଲୋଚନା କରିଛନ୍ତି। ଦେଖନ୍ତୁ ଓଡ଼ିଶାଲାଇଭ୍‌ର ‘କେତେକଥା’ରେ ଅନ୍ତରୀକ୍ଷ ପରିଚ୍ଛାଙ୍କ ସହ ଏହି ସ୍ୱତନ୍ତ୍ର ସାକ୍ଷାତକାର। #କେତେକଥା #Ketekatha - An Open Conversation #SpaceTech #Odisha #AntarikshParichha @_antarikshh @serendipityind piped.video/aJG0fFIh_Cw
55
ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ | DCM appeals to light lamps in every house ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ସୁଭଦ୍ରା ଯୋଜନା’ର ଦୁଇ ବର୍ଷର ଅଗ୍ରଗତି ଏବଂ ମହିଳା ସଶକ୍ତୀକରଣ ସମ୍ପର୍କରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ‘ସୁଭଦ୍ରା ଯୋଜନା’ ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ଵାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହୋଇଛି। ସେପ୍ଟେମ୍ବର ୧୭ରେ ଏହି ଯୋଜନାର ଦୁଇବର୍ଷ ପୂରଣ ହେଉଥିବା ବେଳେ ଏହାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ଅବସରରେ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଘରେ ଘରେ ଦୀପ ଜାଳି ‘ସୁଭଦ୍ରା ଯୋଜନା’ର ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସେବା ସଂକଳ୍ପକୁ ସମ୍ମାନ ଜଣାଇବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି। #SubhadraYojana #WomenEmpowerment #Odisha @PravatiPOdisha @CMO_Odisha @WCDOdisha @narendramodi
49
ମହାକାଶରେ ଔଷଧ: କିପରି ଥିଲା ପ୍ରସ୍ତୁତି? | Medicine Making in Space | Antariksh Parichha ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ଯୋଡ଼ି ହୋଇଛନ୍ତି ସ୍ପେସ୍ ଟେକ୍ ଉଦ୍ୟୋଗୀ ତଥା ସେରେଣ୍ଡିପିଟି ସ୍ପେସ୍‌ର ସହ-ପ୍ରତିଷ୍ଠାତା ଓ ସିଇଓ ଅନ୍ତରୀକ୍ଷ ପରିଚ୍ଛା। ମହାକାଶ ପ୍ରଯୁକ୍ତିର ଭବିଷ୍ୟତ, ଭାରତରେ ବଢ଼ୁଥିବା ସ୍ପେସ୍ ଷ୍ଟାର୍ଟଅପ୍‌ର ସୁଯୋଗ ଏବଂ ଓଡ଼ିଶାରେ ଏହି କ୍ଷେତ୍ରର ସମ୍ଭାବନା ନେଇ ସେ ଆଲୋଚନା କରିଛନ୍ତି। ତାଙ୍କ ଷ୍ଟାର୍ଟଅପ୍ ମହାକାଶରେ କିପରି ଔଷଧ ତିଆରି କରିବା ପାଇଁ ଗବେଷଣା କରୁଛି ସେ ନେଇ କହିଛନ୍ତି ଅନ୍ତରୀକ୍ଷ ପରିଚ୍ଛା। ଆସନ୍ତା ଶୁକ୍ରବାର ‘କେତେକଥା’ରେ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର। #KeteKatha #MedicineInSpace #SpaceTechnology @_antarikshh @serendipityind
1
1
44
Can governments and institutions alone address the climate crisis? Or must citizens become active participants in shaping the response? “If we believe our institutions and governments alone are the answer, we are bound to stagnate—or worse, allow things to deteriorate further,” says author, journalist and sustainability expert Satya Brata Das As record-breaking heat, floods, fires, cyclonic storms and rising sea levels becoming increasingly visible realities, the climate catastrophe calls for focused citizen action, leadership and coordinated collective effort. In his forthcoming book, 𝗧𝗵𝗲 𝗠𝗮𝗻𝗶𝗳𝗲𝘀𝘁𝗼 𝗼𝗳 𝗛𝗼𝗽𝗲: 𝗔 𝗡𝗲𝘄 𝗦𝗼𝗰𝗶𝗮𝗹 𝗖𝗼𝗻𝘁𝗿𝗮𝗰𝘁 𝗳𝗼𝗿 𝗢𝘂𝗿 𝗛𝘂𝗺𝗮𝗻 𝗙𝗮𝗺𝗶𝗹𝘆, Das explores the role of communities in creating societies that can adapt, respond and thrive amid this growing uncertainty. 𝗥𝗲𝗹𝗲𝗮𝘀𝗶𝗻𝗴 𝘄𝗼𝗿𝗹𝗱𝘄𝗶𝗱𝗲 𝗼𝗻 𝟮 𝗢𝗰𝘁𝗼𝗯𝗲𝗿 𝟮𝟬𝟮𝟲, 𝗚𝗮𝗻𝗱𝗵𝗶 𝗝𝗮𝘆𝗮𝗻𝘁𝗶, the book presents a compelling case for shared action to address today’s planetary challenges. 👉𝗣𝗿𝗲-𝗼𝗿𝗱𝗲𝗿 𝘆𝗼𝘂𝗿 𝗰𝗼𝗽𝘆 on Amazon today and join the movement to shape a more resilient, sustainable world. Canada: bit.ly/4x1S5pl USA: bit.ly/4g6fuP2 India: bit.ly/3S330jj UK: bit.ly/45rLMzg Australia: bit.ly/4xzyrke Europe: bit.ly/4g67FsI Switzerland: bit.ly/4y0daAk Sarah Scott @pkpani1 Sujit Kumar Mohanty Dr. Fakir Mohan Nahak Prof. (Dr.) Mrinal Kumar Chatterjee Santosh Kumar Biswal Dr. Anand Pradhan Debilal Mishra Dr. Kitty Mukherjee @nilambarrath @bhaskar_p53033 Marie Shabaya Liubov Ruchinskaya Luyao Zhang Todd Babiak Hon. Thomas A. ECA, B.Ed, ICD.D Serena Mahar-O'Keefe Yasmeen Abu-Laban André Plourde Stephen PhD FBPsS FRSA Stephen Carter #TheManifestoOfHope #HopeInAction #Climateresilience #Sustainability #CitizenLeadership #CollectiveAction #OurSharedFuture #FutureForAll
1
1
98
ମହାକାଶରେ ଔଷଧ ତିଆରି କିପରି ଭିନ୍ନ? - ଅନ୍ତରୀକ୍ଷ ପରିଚ୍ଛା | Medicine in Space ମହାକାଶରେ ଔଷଧ ତିଆରି କରିବା ପୃଥିବୀରେ ଔଷଧ ତିଆରି କରିବାଠାରୁ କିପରି ଭିନ୍ନ? ଜିରୋ ଗ୍ରାଭିଟି ଔଷଧ ତିଆରିରେ କ’ଣ ପରିବର୍ତ୍ତନ ଆଣିପାରେ? ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ଏନେଇ କହିଛନ୍ତି ସ୍ପେସ୍-ଟେକ୍ ଉଦ୍ୟୋଗୀ, ସେରେଣ୍ଡିପିଟି ସ୍ପେସ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ ଅନ୍ତରୀକ୍ଷ ପରିଚ୍ଛା। ଜର୍ମାନୀରୁ ଉଚ୍ଚଶିକ୍ଷା ହାସଲ କରିବା ପରେ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଓଡ଼ିଶାରୁ ଏକ ଷ୍ଟାର୍ଟଅପ୍ ଗଢ଼ିବାର ତାଙ୍କ ଯାତ୍ରା, ଏହି କ୍ଷେତ୍ର ପ୍ରତି ତାଙ୍କର ଆଗ୍ରହ ଓ ଦୃଷ୍ଟିକୋଣ ନେଇ ସେ ଏହି ସାକ୍ଷାତକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ରଖିଛନ୍ତି। ଆସନ୍ତା ଶୁକ୍ରବାର ‘କେତେକଥା’ରେ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର। #KeteKatha #MedicineInSpace #SpaceTechnology @_antarikshh @serendipityind
2
2
59
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ। ବିଘ୍ନନାଶଙ୍କ ଅଶେଷ କୃପାରୁ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #GaneshChaturthi #GaneshChaturthi2026 #Ganeshpuja
1
77
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ | Dr. Pratibha Ray Honoured with Sahitya Akademi Fellowship ଓଡ଼ିଆ ସାହିତ୍ୟର ବିଶିଷ୍ଟ ସାଧକ ଡକ୍ଟର ପ୍ରତିଭା ରାୟଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଫେଲୋସିପ୍ (ମହତ୍ତର ସଦସ୍ୟ) ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡକ୍ଟର ପ୍ରତିଭା ରାୟଙ୍କ ଦୀର୍ଘ ସାହିତ୍ୟିକ ଯାତ୍ରା ତଥା ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନକୁ ଏହି ଅବସରରେ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ତାଙ୍କର ସାହିତ୍ୟ, ସୃଜନଶୀଳତା ଓ ସମକାଳୀନ ଚିନ୍ତାଧାରାକୁ ନେଇ ଆଲୋଚନା କରାଯାଇଥିଲା। #DrPratibhaRay #SahityaAkademiFellowship #OdiaLiterature #SahityaAkademi #OdishaLIVE @sahityaakademi @Culturedeptt
1
1
88
ଏହି ସମ୍ମାନ ମୋ ମାତୃଭାଷା ପାଇଁ ଗୌରବ - ଡକ୍ଟର ପ୍ରତିଭା ରାୟ | Dr. Pratibha Ray Honoured with Sahitya Akademi Fellowship କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ବିଶିଷ୍ଟ ଓଡ଼ିଆ ଲେଖିକା ଡକ୍ଟର ପ୍ରତିଭା ରାୟଙ୍କୁ ଫେଲୋସିପ୍ (ମହତ୍ତର ସଦସ୍ୟ) ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ଵର ସଂସ୍କୃତି ଭବନରେ ଆୟୋଜିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପ୍ରତିଭା ରାୟଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଡକ୍ଟର ପ୍ରତିଭା ରାୟଙ୍କ ସାହିତ୍ୟରେ ସୃଜନଶୀଳ ଯାତ୍ରାକୁ ନେଇ ଆଲୋଚନା ହୋଇଥିଲା। #DrPratibhaRay #SahityaAkademiFellowship #OdiaLiterature
1
86
କର୍ପୋରେଟ ଜଗତରୁ ପଲିଟିକ୍ସ - ଡକ୍ଟର ସଂତୃପ୍ତ ମିଶ୍ର | Dr. Santrupt Misra on His Political Journey କର୍ପୋରେଟ ଜଗତରୁ ରାଜନୀତି… ଦୀର୍ଘ କର୍ପୋରେଟ ଯାତ୍ରା ପରେ ରାଜନୀତିରେ ପ୍ରବେଶ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଡକ୍ଟର ସଂତୃପ୍ତ ମିଶ୍ର। ୨୦୨୪ରେ କର୍ପୋରେଟ ଦୁନିଆରୁ ଅବସର ନେବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୨୬ରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ରେ ଡକ୍ଟର ସଂତୃପ୍ତ ମିଶ୍ର ଭାରତୀୟ କର୍ପୋରେଟ ଜଗତରେ ତାଙ୍କର ଦୀର୍ଘ ଯାତ୍ରା ଓ ଅଭିଜ୍ଞତା ବିଷୟରେ କହିଛନ୍ତି। ଏଥିସହ ଶିକ୍ଷା, ନେତୃତ୍ୱ ଓ ସାମାଜିକ ବିକାଶକୁ ନେଇ ନିଜର ଦୃଷ୍ଟିକୋଣ ବାଣ୍ଟିଛନ୍ତି। ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଓ ସମାଜର ବିକାଶକୁ ନେଇ ମଧ୍ୟ ସେ ନିଜର ମତ ରଖିଛନ୍ତି। ଦେଖନ୍ତୁ ଡକ୍ଟର ସଂତୃପ୍ତ ମିଶ୍ରଙ୍କ ସହ ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାର। #କେତେକଥା #Ketekatha - An Open Conversation #DrSantruptMisra #CorporateToPolitics #OdishaPolitics @DrSantruptMisra piped.video/bTfpA4Iwvsc
41
ଏମ୍ଏମଡିଆର୍ ଆଇନକୁ ବିରୋଧ କାହିଁକି? - ଡକ୍ଟର ସଂତୃପ୍ତ ମିଶ୍ର | MMDR Act: Why Is It Being Opposed? | Dr. Santrupt Mishra ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସଂତୃପ୍ତ ମିଶ୍ର। କର୍ପୋରେଟ୍ ଜଗତ ସହ ଦୀର୍ଘଦିନ ଯୋଡ଼ି ହୋଇ ରହିବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଏହି ସାକ୍ଷାତକାରରେ ଏମ୍ଏମଡିଆର୍ ଆଇନକୁ ବିରୋଧ କରିବାର କାରଣ କହିଛନ୍ତି ଡକ୍ଟର ସଂତୃପ୍ତ ମିଶ୍ର। #DrSantruptMishra #Politics #Ketekatha #OdishaLIVE @DrSantruptMisra
1
35
The climate crisis is no longer a distant threat. Record-breaking heat, extreme rainfall, floods, wildfires, cyclones, and rising sea levels are already challenging communities, economies, and ecosystems worldwide. But responding to this emergency requires more than reacting to each disaster as it arrives. We need to adapt to what we cannot avoid, build resilience against what lies ahead, and mitigate the causes that continue to drive the crisis. This is the core theme behind 𝗦𝗮𝘁𝘆𝗮 𝗕𝗿𝗮𝘁𝗮 𝗗𝗮𝘀’ 'ARM Doctrine' – Adaptation, Resilience and Mitigation, a central idea explored in his forthcoming book ‘𝗧𝗵𝗲 𝗠𝗮𝗻𝗶𝗳𝗲𝘀𝘁𝗼 𝗼𝗳 𝗛𝗼𝗽𝗲: 𝗔 𝗡𝗲𝘄 𝗦𝗼𝗰𝗶𝗮𝗹 𝗖𝗼𝗻𝘁𝗿𝗮𝗰𝘁 𝗳𝗼𝗿 𝗢𝘂𝗿 𝗛𝘂𝗺𝗮𝗻 𝗙𝗮𝗺𝗶𝗹𝘆’. 👉𝗥𝗲𝗹𝗲𝗮𝘀𝗶𝗻𝗴 𝘄𝗼𝗿𝗹𝗱𝘄𝗶𝗱𝗲 𝗼𝗻 𝟮𝗻𝗱 𝗢𝗰𝘁𝗼𝗯𝗲𝗿, 𝟮𝟬𝟮𝟲, the book asks us to look beyond waiting for institutions to solve the crisis and recognise our collective capacity to shape a safer, more sustainable future. A changing planet needs a new response, and you can drive that transformation. 𝗣𝗿𝗲-𝗯𝗼𝗼𝗸 𝘆𝗼𝘂𝗿 𝗰𝗼𝗽𝘆 𝗻𝗼𝘄 on @amazon and be part of this new way forward. Canada: bit.ly/4x1S5pl USA: bit.ly/4g6fuP2 India: bit.ly/3S330jj UK: bit.ly/45rLMzg Australia: bit.ly/4xzyrke Europe: bit.ly/4g67FsI Switzerland: bit.ly/4y0daAk Sarah Scott @pkpani1 Sujit Kumar Mohanty Dr. Fakir Mohan Nahak Prof. (Dr.) Mrinal Kumar Chatterjee Santosh Kumar Biswal Dr. Anand Pradhan Debilal Mishra Dr. Kitty Mukherjee @nilambarrath @bhaskar_p53033 Marie Shabaya Liubov Ruchinskaya Luyao Zhang Todd Babiak Hon. Thomas A. Lukaszuk, ECA, B.Ed, ICD.D Serena Mahar-O'Keefe Yasmeen Abu-Laban Andreza Araújo Stephen Plourde Stephen Carter #ClimateAction #Sustainability #ClimateResilience #GreenTransition #ManifestoOfHope
71
"ଗଣତନ୍ତ୍ରରେ ସ୍ୱାର୍ଥପ୍ରୀତିର ସ୍ଥାନ ନାହିଁ" | Self Interest Has No Place in Democracy - Dr. Santrupt Misra ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସଂତୃପ୍ତ ମିଶ୍ର। କର୍ପୋରେଟ୍ ଜଗତରେ ଦୀର୍ଘଦିନ ରହିବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଏହି ସାକ୍ଷାତକାରରେ ଗଣତନ୍ତ୍ରରେ ସ୍ୱାର୍ଥପ୍ରୀତିର ସ୍ଥାନ ନାହିଁ ବୋଲି କହିଛନ୍ତି ଡକ୍ଟର ସଂତୃପ୍ତ ମିଶ୍ର। ଏଥିସହ ଗଣତନ୍ତ୍ରର ମୂଲ୍ୟବୋଧ, ରାଜନୀତିରେ ନେତୃତ୍ୱର ଭୂମିକା, ଯୁବପିଢ଼ିଙ୍କ ଅଂଶଗ୍ରହଣ ଏବଂ ଓଡ଼ିଶାର ଭବିଷ୍ୟତକୁ ନେଇ ମଧ୍ୟ ସେ ନିଜର ମତ ରଖିଛନ୍ତି। #DrSantruptMisra #Politics #Ketekatha #OdishaLIVE @DrSantruptMisra
1
62