Official Twitter Handle of District Administration, Jajpur, Government Of Odisha

Jajpur
ସବୁଜ ଯାଜପୁର ଗଠନ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ.. ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅଧୀନରେ ତା ୨୫-୦୯-୨ ୦୨୬ରିଖରେ ଯାଜପୁର ଜିଲ୍ଲାରେ ‘ଏକ ପେଡ୍ ମା କେ ନାମ୍-୩.୦’ ଅଭିଯାନରେ ଏକଦିନିଆ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
1
2
862
ଏହି ଅବସରରେ 'ଭିବି-ଜି ରାମ ଜି’ (VB-G RAM G) କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୮୨୮ଟି ସ୍ଥାନରେ ୨ ଲକ୍ଷ ୧୮ ହଜାରରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଛି। ଏହି ବୃକ୍ଷଗୁଡ଼ିକ ଆଗାମୀ ଦିନରେ ଯାଜପୁରର ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ।
1
1
45
ସବୁଜ ଓ ସୁସ୍ଥ ପରିବେଶ ଗଠନ ସହ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଭବିଷ୍ୟତ ଗଢ଼ିବା ଦିଗରେ ଏହି ଅଭିଯାନ ପ୍ରକୃତି ପ୍ରତି ଆମ ସାମୂହିକ ଦାୟିତ୍ୱ ଓ ସଂକଳ୍ପର ପ୍ରତୀକ। #SevaSankalpAbhiyan2026 #EkPedMaaKeNaam #VBGRAMG #Jajpur #Odisha
1
41
ଯାଜପୁରବାସୀ ଆପଣମାନେ ପ୍ରସ୍ତୁତ ତ..! ପର୍ଯ୍ୟଟନର ରଙ୍ଗ, ଯୁବପିଢ଼ିର ଉତ୍ସାହ ଓ ସୁସ୍ଥ ଜୀବନର ସନ୍ଦେଶ ନେଇ ଏଥର ବିଶ୍ୱ ପର୍ଯ୍ୟଟନ ଦିବସରେ ଯାଜପୁର ହେବ ଦୌଡ଼ର ମଞ୍ଚ। ୨୭ ସେପ୍ଟେମ୍ବରରେ ଜିଲ୍ଲା ପ୍ରଶାସନ, ଯାଜପୁର ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରମୋ ରନ୍ (Promo Run) ରେ ଯୋଡ଼ି ହୁଅନ୍ତୁ।
1
5
1,222
ଦୌଡ଼ର ପ୍ରତିଟି ପାଦରେ ରହୁ ଫିଟନେସ୍‌ର ପ୍ରେରଣା, ପର୍ଯ୍ୟଟନର ପ୍ରଚାର ଓ ଏକତାର ବାର୍ତ୍ତା। ଆସନ୍ତୁ, ନିଜ ପାଇଁ ଦୌଡ଼ିବା.. ଓଡ଼ିଶାର ପର୍ଯ୍ୟଟନ ପାଇଁ ଦୌଡ଼ିବା.. ଯାଜପୁରରୁ ଦେବା ଏକ ନୂଆ ଉତ୍ସାହର ବାର୍ତ୍ତା! ସ୍ଥାନ: ଇଣ୍ଡୋର ଷ୍ଟାଡିୟମ୍, ଯାଜପୁର 🕕 ସମୟ: ସକାଳ ୬ଟା ପଞ୍ଜୀକରଣ:forms.gle/Bbmaop4MdwDqH23h9 ଆପଣ ଆସୁଛନ୍ତି ତ !
3
130
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସ୍ୱଚ୍ଛତା ହିଁ ସେବାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିବା ପାଇଁ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ସାମୂହିକ ସହଭାଗିତାରେ ସାର୍ବଜନୀନ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ କରାଯିବା ସହ ସ୍ୱଚ୍ଛ ପରିବେଶ, ସୁସ୍ଥ ଜୀବନ ଓ ସୁନ୍ଦର ସମାଜ ଗଠନ ପାଇଁ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ସ୍ୱଚ୍ଛତା ଆମର ଦାୟିତ୍ୱ, ସେବା ଆମର ସଂକଳ୍ପ। #SevaSankalpAbhiyan2026 #SwachhataHiSeva #SHS2026 #Jajpur #CleanlinessDrive #SwachhBharat @CMO_Odisha @RabiNaikBJP @dm_jajpur @zp_jajpur
1
13
1,133
ଆଜି ଯାଜପୁର ଜିଲ୍ଲାର ବରୀ ବ୍ଲକର ବାଇଁଶୀରିଆ ଗ୍ରାମର ଶତାୟୁ ଗାୟକ ଚନ୍ଦ୍ର ପଣ୍ଡିତ ପିତାମ୍ବର କରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍‌ର ସୁଯୋଗ ପାଇ ତାଙ୍କ ଆଶୀର୍ବାଦ ଲାଭ କଲି।
1
1
17
1,089
ତାଙ୍କ ଜୀବନ ଅନୁଭୂତି ଓ ସରଳ ଜୀବନଧାରା ପ୍ରେରଣାଦାୟୀ। ମା’ ବିରଜାଙ୍କ ନିକଟରେ ତାଙ୍କୁ ନିରୋଗ ଜୀବନ ପ୍ରଦାନ କରିବା ସହ ସମାଜ ପାଇଁ ଆହୁରି ଅନେକ କିଛି କରିବାକୁ ଦୀର୍ଘାୟୁ ପ୍ରଦାନ କରିବା ନିମନ୍ତେ ପ୍ରାର୍ଥନା କରୁଛି।- ଜିଲ୍ଲାପାଳ, ଯାଜପୁର
3
124
ଯାଜପୁର ଜିଲ୍ଲାକୁ ୨୦୩୦ ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଉପସ୍ଥିତିରେ ମାନ୍ୟବର ଲୋକସଭା ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
1
2
7
846
ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସାରେ ଆଶାକର୍ମୀଙ୍କ ଗୁରୁଦାୟିତ୍ୱ ରହିଥିବାରୁ, ସେମାନଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ବ୍ଲକସ୍ତରୀୟ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
1
1
2
47
ଏଥିସହ ସ୍କ୍ରିନିଂ ମାଧ୍ୟମରେ ଅଧିକରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ଆବଶ୍ୟକ ଏକ୍ସ-ରେ, ପରୀକ୍ଷା ଓ ଚିକିତ୍ସା ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଥିଲା। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ଡାକ୍ତର ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
1
1
34
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ‘ଆମ କଳାକାର (CTMS-2.0)’ ଯୋଜନା ଅଧୀନରେ ପଞ୍ଜୀକୃତ ସାଂସ୍କୃତିକ ଦଳଗୁଡ଼ିକର ଅଡିସନ୍ ପ୍ରକ୍ରିୟା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଜନାର ଅଗ୍ରଗତି, ପଞ୍ଜୀକୃତ ଦଳଗୁଡ଼ିକର ତଥ୍ୟ ଓ ଅଡିସନ୍ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
1
6
1,149
କଳା ଓ କଳାକାରଙ୍କ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇଦେବା ଦିଗରେ ‘ଆମ କଳାକାର’ ଯୋଜନା ଏକ ପ୍ରମୁଖ ପଦକ୍ଷେପ।
1
52
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକସ୍ତରୀୟ କଳା ସଂସ୍କୃତି ସଂଘର ଉପସଭାପତି, ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। #AmaKalakara #Jajpur
1
53
‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଅବସରରେ ‘ସ୍ୱପ୍ନର ଭାରତ’ କାର୍ଯ୍ୟକ୍ରମ ଅଧୀନରେ ଯାଜପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ , ମହାବିଦ୍ୟାଳୟ ଏବଂ ବ୍ଲକସ୍ତରରେ ‘ବିକଶିତ ଭାରତ’ ଓ '୨୫ ବର୍ଷର ସେବା' ପ୍ରସଙ୍ଗକୁ ନେଇ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହେଉଛି।
3
3
6
912
ସେପ୍ଟେମ୍ବର ୧୮ରୁ ୨୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜ ସୃଜନଶୀଳତା ଓ ବକ୍ତୃତା ମାଧ୍ୟମରେ ‘ବିକଶିତ ଭାରତ’ର ସ୍ୱପ୍ନକୁ ପ୍ରକାଶ କରୁଛନ୍ତି। କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସେମାନଙ୍କ ପ୍ରତିଭାକୁ ଉତ୍ସାହିତ କରାଯାଉଛି। #SevaSankalpAbhiyan2026
2
3
113
ଯାଜପୁର ଟାଉନ୍‌ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ‘ରାଜ୍ୟସ୍ତରୀୟ ଦାସକାଠିଆ ଓ ପାଲା ମହୋତ୍ସବ-୨୦୨୬’ର ଆଜି ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶାର ସମୃଦ୍ଧ ଲୋକକଳା ଓ ପାରମ୍ପରିକ କଳାର ଅନନ୍ୟ ଝଲକ ଦେଖିବାକୁ ମିଳିବ।
1
4
871
ଏହି ଅବସରରେ ସୁନାମଧନ୍ୟ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ଦାସକାଠିଆ ଓ ପାଲା ପରିବେଷଣ କରାଯିବ।
1
2
147
ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ତତ୍ତ୍ୱାବଧାନରେ ଆୟୋଜିତ ଏହି ଉଦ୍‌ଘାଟନୀ ସନ୍ଧ୍ୟାରେ ଏକାଡେମୀର ସଚିବ ଡ଼ ଚନ୍ଦ୍ରଶେଖର ହୋତା, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମେତ ସମାଜସେବୀ, ବୁଦ୍ଧିଜୀବୀ ଓ କଳାପ୍ରେମୀମାନେ ଉପସ୍ଥିତ ଥିଲେ।
55