This is the Official Twitter Account of Puri District Administration (Odisha) #DistrictAdministrationPuri

ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ । ଏହି ସୃଜନଶୀଳ ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ଜାତୀୟ ଏକତା, ଦାୟିତ୍ୱବୋଧ ଓ ‘ବିକଶିତ ଭାରତ’ର ସଂକଳ୍ପକୁ ଆହୁରି ସୁଦୃଢ଼ କରାଯାଉଛି। ଆଜିର ଛାତ୍ରଛାତ୍ରୀ ହେଉଛନ୍ତି ଆସନ୍ତାକାଲିର ଦେଶର ନିର୍ମାତା। 🇮🇳 #ସେବାସଂକଳ୍ପଅଭିଯାନ #Puri #DistrictAdministrationPuri
157
🌸 State-Level Angan Ka Utsav–2026 | Puri Under the theme “Our Anganwadi, Our Responsibility,” the State-Level Angan Ka Utsav–2026 was celebrated with enthusiasm at *Sangalaishasan Anganwadi Centre under Pipili ICDS Project, Puri. The programme was graced by Hon’ble Deputy Chief Minister *Smt. Pravati Parida, along with Hon’ble MLA, Pipili Shri Ashrit Pattnayak, Director, W&CD Department Smt. Manisha Banerjee and Additional Secretary Shri Jyoti Ranjan Nayak. Children participated in dance, music and drawing activities, while fathers of Anganwadi beneficiaries took part in a Recipe Competition. The winners were felicitated by the Hon’ble Deputy Chief Minister. Anganwadi Workers, Anganwadi Helpers and ASHA Workers were also felicitated with Certificates of Appreciation for their dedicated service towards the welfare of children and mothers. The active participation of parents and the community reaffirmed the spirit of Janabhagidari in strengthening Anganwadi services and nurturing every child. #AnganKaUtsav2026 #OurAnganwadiOurResponsibility #Puri #Pipili #WomenAndChildDevelopment
5
1
38
1,595
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ତତ୍ତ୍ୱାବଧାନରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ସୁନାମି ପ୍ରସ୍ତୁତି, ସମୁଦାୟଭିତ୍ତିକ ବିପର୍ଯ୍ୟୟ ପରିଚାଳନା ଓ ଶେଷ-ମାଇଲ୍ ସତର୍କ ସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜାତୀୟ ସୁନାମି ପ୍ରସ୍ତୁତି ବୋର୍ଡ (NTRB)ର ପ୍ରତିନିଧିମଣ୍ଡଳୀ ପୁରୀ ଜିଲ୍ଲା ପରିଦର୍ଶନ କରି ବିପଦ ଆକଳନ, ପ୍ରସ୍ତୁତି, ସତର୍କ ସୂଚନାର ତ୍ୱରିତ ପ୍ରସାର, ନିରାପଦ ସ୍ଥାନ ଚିହ୍ନଟ ଓ ଜରୁରୀକାଳୀନ ସ୍ଥାନାନ୍ତରଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଚଳିତ ପର୍ଯ୍ୟାୟରେ କାକଟପୁରର ୪ଟି, ଅସ୍ତରଙ୍ଗର ୩ଟି, ବ୍ରହ୍ମଗିରିର ୨ଟି ଓ ଗୋପର ୧ଟି—ମୋଟ ୧୦ଟି ଗ୍ରାମକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। UNESCO-IOCର “Tsunami Ready Recognition” ପାଇଁ ନିର୍ଦ୍ଧାରିତ ୧୨ଟି ସୂଚକ ପୂରଣ ଦିଗରେ ଏହି ପଦକ୍ଷେପ ପୁରୀ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତି, ଜନସଚେତନତା ଓ ସମୁଦାୟଭିତ୍ତିକ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ଆହୁରି ସୁଦୃଢ଼ କରିବ। #Puri #TsunamiReady #DisasterManagement #OSDMA #UNESCOIOC
1
8
1,521
🏃‍♂️ ପୁରୀ ପ୍ରମୋ ରନ୍ ଅନୁଷ୍ଠିତ ଆସନ୍ତା ୧୩ ଡିସେମ୍ବରରେ ପୁରୀ କୋଷ୍ଟାଲ ବିଚ୍ ମାରାଥନ୍ ଆୟୋଜନ ପୂର୍ବରୁ ଆଜି ବ୍ଲୁ ଫ୍ଲାଗ୍ ବିଚ୍ ଠାରୁ ତାଜ୍ ବିଚ୍ ପର୍ଯ୍ୟନ୍ତ ୫ କିମି ପ୍ରମୋ ରନ୍ ଅନୁଷ୍ଠିତ ହୋଇଛି। ପୁରୀ ସାଂସଦ ଡା. ସମ୍ବିତ ପାତ୍ର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ୫୦୦ରୁ ଊର୍ଦ୍ଧ୍ୱ ଧାବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବେଳାଭୂମି ପର୍ଯ୍ୟଟନର ପ୍ରଚାର, ଯୁବବର୍ଗଙ୍କ ଅଂଶଗ୍ରହଣ ଏବଂ ସ୍ୱଚ୍ଛତା, ସୁରକ୍ଷା ଓ ପର୍ଯ୍ୟଟକଙ୍କ ପ୍ରତି ଉତ୍ତମ ଆତିଥ୍ୟର ବାର୍ତ୍ତା ନେଇ ଏହି ପ୍ରମୋ ରନ୍ ଆୟୋଜିତ ହୋଇଥିଲା। #Puri #PuriCoastalBeachMarathon #PromoRun #BeachTourism #OdishaTourism #Puri
2
8
1,388
ଆଜିର ଶିଶୁ ଆସନ୍ତା କାଲି ର ଭବିଷ୍ୟତ। ସେମାନଙ୍କୁ ସୁଷମ, ପୁଷ୍ଟିକର ଖାଦ୍ୟ, ସୁସ୍ଥ ଓ ପରିସ୍କାର ପରିବେଶ ପ୍ରଦାନ ପାଇଁ ଅଙ୍ଗନବାଡି ଗୁଡିକ ପ୍ରସ୍ତୁତ ରହିଛନ୍ତି। ଅଙ୍ଗନବାଡି କର୍ମୀ ମାନଙ୍କ ନିଷ୍ଠାପର ସହଯୋଗ ଏହାକୁ ଋଦ୍ଧିମନ୍ତ କରୁଛି।
4
1,238
ପୁରୀ ଜିଲ୍ଲାର ଅହଲ୍ୟା ବଡୁ ସରକାରଙ୍କ ମାତୃବନ୍ଦନ ଯୋଜନା ର ହିତାଧିକାରୀ ଭାବେ ସମସ୍ତ ସୁବିଧା ପାଇ ପରିବର୍ତ୍ତନ ର କାହାଣୀ ପାଲଟିଛନ୍ତି।
6
1,423
From coastlines to culture, from heritage to hidden gems... Discover the soul of Odisha, one run at a time. *OMC Puri Coastal Marathon, Odisha Promo Run - [ 👉Puri👈]* *Venue: Blue Flag Beach, Puri* 🗓️ Sun, 27th Sept 2026 Reporting Time: 05.15 AM Flag Off Time: 06.30 AM 🎟️ FREE ENTRY | LIMITED SPOTS
12
1,822
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ‘ସମ୍ବନ୍ଧ’ ମହାଅଭିଯାନର ଶୁଭାରମ୍ଭ କରିଥିଲେ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପୁରୀ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରୀ ଲୋକସଭାର ମାନ୍ୟବର ସାଂସଦ ଡ. ସମ୍ବିତ ପାତ୍ର, ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ଅତିଥି ଯୋଗଦେଇଥିଲେ। #Sambandha #Cooperatives #CooperativeMovement #Puri #Odisha
7
1,509
5
202
ସେବା ସଙ୍କଳ୍ପ ଅଭିଯାନ ଅବସରରେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ବିବିଧ ପ୍ରତିଯୋଗିତା ସେବା, ସଂସ୍କାର ଓ ସୃଜନଶୀଳତାର ବାର୍ତ୍ତାକୁ ନେଇ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ "ସେବା ସଙ୍କଳ୍ପ ଅଭିଯାନ" ଅବସରରେ ଚିତ୍ରାଙ୍କନ, ରଚନା, ବକ୍ତୃତା ଓ ଅନ୍ୟାନ୍ୟ ବିବିଧ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ସାମାଜିକ ଦାୟିତ୍ୱବୋଧ ଓ ସେବା ମନୋଭାବକୁ ଆହୁରି ସୁଦୃଢ଼ କରୁଛି।
1
3
19
2,671
In view of the depression over the westcentral and adjoining northwest Bay of Bengal, Collector, Puri visited the Beladala and Rendhua Cyclone Shelters of Puri Sadar Block to review preparedness and safety arrangements. Collector assessed shelter readiness, essential facilities, emergency response measures and the availability of necessary supplies, directing officials to remain vigilant and ensure timely assistance to people in vulnerable areas.
2
29
1,829
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ୯୧୦ ଶ୍ରଦ୍ଧାଳୁ ଓ ସହାୟକଙ୍କ ସମେତ ମୋଟ ୧୦୩୦ ଜଣ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ବୃନ୍ଦାବତୀ ନିବାସରେ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡ଼ା ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସୁବିଧା, ଭୋଜନ, ରହଣି ଓ ସୁବ୍ୟବସ୍ଥିତ ଦର୍ଶନ ପାଇଁ ଅଧିକାରୀମାନଙ୍କୁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁବ୍ୟବସ୍ଥିତ ଆୟୋଜନ ଓ ଆତିଥ୍ୟ ପାଇଁ ଶ୍ରଦ୍ଧାଳୁମାନେ ପୁରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଏହି ପର୍ଯ୍ୟାୟରେ ୧୩ଟି ଜିଲ୍ଲାର ୧୦,୫୩୫ ଜଣ ଶ୍ରଦ୍ଧାଳୁଙ୍କ ମହାପ୍ରଭୁଙ୍କ ଦର୍ଶନର ବ୍ୟବସ୍ଥା ରହିଛି। #Puri #JagannathDarshanYojana #JagannathDham #PuriDistrict #DistrictAdministrationPuri
2
3
20
2,127
3
246
The Final Electoral Roll for Special Intensive Revision 2026 was officially published today by the DEO-cum-Collector, PURI . The publication took place in the presence of the ERO-cum-ADM( General)109-Satyabadi A.C., ERO-cum- ADM (PROTOCOL)106-Nimapada A.C., ERO- CUM- ADDL SUB COLLECTOR 110- PIPILI , AEROs 108- Brahmagiri, 107 - PURI Deputy Collector (Election), DIPRO, and representatives of all recognized political parties and media. Hard copies of the final roll along with soft copies provided in pendrives were handed over to the representatives of the recognized political parties.
1
3
33
2,508
ପବିତ୍ର ରାଧାଷ୍ଟାମୀ ଉପଲକ୍ଷେ ସଙ୍କୀର୍ତ୍ତନ ପଦଯାତ୍ରା ପବିତ୍ର ରାଧାଷ୍ଟାମୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ, ଜିଲ୍ଲା ପ୍ରଶାସନ, ପୁରୀର ସହଯୋଗରେ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ସାତଲହଡ଼ି ମଠ ପର୍ଯ୍ୟନ୍ତ ଏକ ଭକ୍ତିମୟ "ସଙ୍କୀର୍ତ୍ତନ ପଦଯାତ୍ରା" ଆୟୋଜିତ ହୋଇଥିଲା। ଏହା ପରେ ସାତଲହଡ଼ି ମଠଠାରେ ‘ଶ୍ରୀମଦ୍ ଭାଗବତ’ ଓ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାରସ୍ୱତ କୃତି ସମ୍ପର୍କରେ ଏକ ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭକ୍ତି, ସାହିତ୍ୟ ଓ ଓଡ଼ିଆ ଆଧ୍ୟାତ୍ମିକ ପରମ୍ପରାର ଏହି ଅନନ୍ୟ ସମାଗମ ରାଧାଷ୍ଟାମୀର ପବିତ୍ରତାକୁ ଆହୁରି ମହିମାମଣ୍ଡିତ କରିଥିଲା। #Radhashtami #Puri #OdishaSahityaAkademi #JagannathCulture #SrimadBhagabat #JagannathDas #Sankirtan #PuriDistrict
1
9
1,738
ସେବା ସଙ୍କଳ୍ପ ଅଭିଯାନ ଅଧୀନରେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ‘ବିକଶିତ ଭାରତ’ ବିଷୟବସ୍ତୁକୁ ଆଧାର କରି ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ନିଜ ସୃଜନଶୀଳତା ଓ କଳ୍ପନାଶକ୍ତି ମାଧ୍ୟମରେ ଏକ ବିକଶିତ, ସମୃଦ୍ଧ ଓ ସଶକ୍ତ ଭାରତର ସ୍ୱପ୍ନକୁ ଚିତ୍ରରେ ପ୍ରତିଫଳିତ କରିଥିଲେ। ଏହି ପଦକ୍ଷେପ ଯୁବପିଢ଼ି ମଧ୍ୟରେ ଦେଶପ୍ରେମ, ସୃଜନଶୀଳତା ଓ ବିକଶିତ ଭାରତ ଗଠନ ପ୍ରତି ସଚେତନତାକୁ ଆହୁରି ସୁଦୃଢ଼ କରିଛି। #ସେବାସଙ୍କଳ୍ପଅଭିଯାନ #ବିକଶିତଭାରତ #ପୁରୀ #ଚିତ୍ରାଙ୍କନପ୍ରତିଯୋଗିତା #StudentParticipation #PuriDistrict
1
4
1,584
ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ପର୍ଯ୍ୟଟନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ "ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ–୨୦୨୬" ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା ଯୋଗଦେଇ ସ୍ୱଚ୍ଛ ବେଳାଭୂମିକୁ ପର୍ଯ୍ୟଟନ, ଅର୍ଥନୀତି ଓ "ନୀଳ ଅର୍ଥନୀତିର ଭିତ୍ତି" ବୋଲି ଉଲ୍ଲେଖ କରି ସମୁଦ୍ର ଓ ବେଳାଭୂମିର ସୁରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ, ଡିଏଫଓ ଶ୍ରୀ ମଗର ଧନୀଜ ରାଓସୋ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ପୁରୀ ମହାନଗର ନିଗମର କମିଶନର ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ଏହି ଅବସରରେ ଓଟିଡିସି ପକ୍ଷରୁ ବ୍ଲୁ ଫ୍ଲାଗ ବିଚ୍‌ଠାରେ ‘କୋକନଟ୍ କାଫେ’ର ଉଦ୍‌ଘାଟନ, ଉପକୂଳ ସ୍ୱଚ୍ଛତା ଶପଥ ପାଠ, ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବିତରଣ ଏବଂ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର — ଆମ ସମସ୍ତଙ୍କ ସଂକଳ୍ପ। 🌊 #InternationalCoastalCleanupDay #SwachhSagarSurakshitSagar #Puri #BlueFlagBeach #CleanCoast #BlueEconomy #OdishaTourism
1
1
12
2,078
🪔 ଆରମ୍ଭ ହୋଇଛି ‘ସେବା ସଙ୍କଳ୍ପ ଅଭିଯାନ’ ଏହି ଅବସରରେ ଆଜି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ, ସହରାଞ୍ଚଳ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଆଶୀର୍ବାଦର ଦୀପ ପ୍ରଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଛି। #SevaSankalpAbhiyan #Puri #PuriDistrict #SevaSankalp
1
8
1,707
ପବିତ୍ର ଗଣେଶ ପୂଜା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
1
1
10
2,092
🌊 International Coastal Clean-Up Day 2026 | Astaranga International Coastal Clean-Up Day–2026 was observed at Pir Jahania Sea Beach, Astaranga, on 12 September 2026, with the theme “Swachh Sagar Surakshit Sagar.” The programme marked the beginning of the week-long coastal cleanliness campaign being conducted from 12–19 September 2026. Organised by Odisha Tourism in association with the District Administration, Puri, the initiative aimed to promote awareness on clean, pollution-free beaches and protection of the coastal environment. Around 100 SHG members, along with officials from the School and Mass Education, Forest Department and Block Administration, NGOs, volunteers, students and community members actively participated in the beach-cleaning drive. Their enthusiastic efforts in removing plastic waste and other litter highlighted the importance of collective community action for a cleaner and safer coast. #InternationalCoastalCleanupDay #SwachhSagarSurakshitSagar #Astaranga #Puri #CleanCoast #SwachhSagar #CoastalEnvironment #OdishaTourism #DistrictAdministrationPuri
2
1
27
2,198
।। କୃଷ୍ଣ ବଳରାମ ବେଶ ।। ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ଅତ୍ୟନ୍ତ ମନୋରମ କୃଷ୍ଣ-ବଳରାମ ବେଶ। ଏହା ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ଅନ୍ତିମ ବେଶ ଭାବେ ପରିଚିତ। ଏହି ବେଶରେ ଶ୍ରୀ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯାଏ। ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେଶନ କରନ୍ତି। ଉଭୟ କୃଷ୍ଣ (ଶ୍ରୀ ଜଗନ୍ନାଥ) ଏବଂ ବଳରାମ (ଶ୍ରୀ ବଳଭଦ୍ର) କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି। ଶ୍ରୀ ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ। ଶ୍ରୀ ବଳରାମଙ୍କ ଡାହାଣ ହାତରେ ଶିଙ୍ଘା ଓ ବାମ ହସ୍ତରେ ପଦ୍ମ ଫୁଲ ଥାଏ।
1
3
37
3,814
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ଲୀଳା #JagannathTemple #Puri #PuriJagannath #LordJagannath #PralambasuraVadha #Pralambasura #KrishnaLeela
2
11
2,118
Collector, Puri inspected the ICDS Project, Puri Sadar today in presence of DSWO, Puri and CDPO, Puri Sadar and conducted a comprehensive review of programme implementation, institutional functioning and field-level service delivery. Emphasis was laid on robust monitoring, effective execution of welfare programmes, accountability at all levels and ensuring timely, quality and outcome-oriented services to all eligible beneficiaries. #Puri #ICDS #PuriSadar #GoodGovernance #PublicService #DistrictAdministration
29
3,652
On 8th September 2026, Smt. Rashmita Panda, IAS, Commissioner-cum-Secretary, MS&ME Department and Electoral Roll Observer for SIR, visited Puri District for the second time. She reviewed the SIR progress of all six Assembly Constituencies of the district and visited booths under 110-Pipili AC for super-checking, particularly those reporting the highest additions and deletions. She expressed satisfaction with the overall progress of SIR activities in the district.
1
1
34
3,585
ମହାପ୍ରଭୁଙ୍କ ଲବଣୀଖିଆ ନୀତିର ଅପୂର୍ବ ଦୃଶ୍ୟ। #Shreekhetra #JagannathCulture #TempleRituals #SacredTraditions #SanatanaDharma #OdishaTourism #SpiritualIndia
18
1,760
ଶ୍ରୀ ଜଗନ୍ନାଥଙ୍କ କାଳୀୟଦଳନ ବେଶ – ଭକ୍ତି, ଲୀଳା ଓ ମହିମାର ଅପୂର୍ବ ସମାଗମ। ​#KaliyadalanBesha #LordJagannath #Puri #Srimandir #JaiJagannath #OdishaCulture #JagannathTemple
2
17
1,642
ମହାପ୍ରଭୁଙ୍କ କୋଳି ବିକା ନୀତି ସହ ବକାସୁର ବଧ ଲୀଳା। #JagannathTemple #Puri #PuriJagannath #LordJagannath #LordKrishna #KrishnaLeela #BakasuraVadha #TempleRituals
1
23
2,590
VIKSIT BHARAT YOUNG LEADERS DIALOGUE 2027.
8
1,469
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅପୂର୍ବ ଶୃଙ୍ଗାର: ପବିତ୍ର ବନଭୋଜି ବେଶ ଓ କୋଳିବିକା ନୀତି। ଜୟ ଜଗନ୍ନାଥ! 🙏 #BanabhojiBesha #KolibikaNiti #Srimandir #JaiJagannath #Puri #Odisha #JagannathTemple
1
15
2,694
Today Collector, Puri inspected the District Treasury Office, Puri and reviewed the functioning of the office, record management and delivery of treasury services. The Collector emphasised timely disposal of matters, adherence to financial procedures, transparency and efficient public service delivery.
5
3
40
5,071
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର । ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।। ବିଶିଷ୍ଟ ଶିକ୍ଷାବିତ୍‌ ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଏବଂ ପବିତ୍ର ଗୁରୁଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। #TeachersDay2026 #ଗୁରୁଦିବସ
1
4
1,247
ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ: ଦିବ୍ୟ ନୀତି ଓ ଆଧ୍ୟାତ୍ମିକ ପରମ୍ପରା #JagannathTemple #Puri #PuriJagannath #Janmashtami #KrishnaJanmashtami #Nandotsav #LordKrishna #ShreeJagannath #TempleRituals #JagannathCulture #DivineDarshan #SpiritualIndia
1
12
2,205
🌾 ସିଏମ୍-କିଷାନ ଯୋଜନା: ଚାଷୀଙ୍କ ସଶକ୍ତିକରଣରେ ଆଉ ଏକ ପଦକ୍ଷେପ। ଆଜି ପବିତ୍ର ଜନ୍ମାଷ୍ଟମୀ ର ଶୁଭ ଅବସରରେ ପୁରୀ ସଦଭାବନା ସଭାଗୃହଠାରେ ସିଏମ୍-କିଷାନ ଯୋଜନାର ରବି ୨୦୨୬-୨୭ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ, ପୁରୀ ତଥା ବିଧାୟକ, ସତ୍ୟବାଦୀ, ମାନ୍ୟବର ବିଧାୟକ, ପିପିଲି, ଜିଲ୍ଲାପାଳ ପୁରୀ, ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପୁରୀ ଜିଲ୍ଲାର ୧,୮୮,୨୫୨ ଜଣ ହିତାଧିକାରୀଙ୍କୁ DBT ମାଧ୍ୟମରେ ₹୩୭.୭୫ କୋଟିରୁ ଊର୍ଦ୍ଧ୍ବ ସହାୟତା ରାଶି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପ୍ରଦାନ କରାଯାଇଛି। କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ଦେଇ କୃଷି ଖର୍ଚ୍ଚ କମାଇବା, ଜୀବିକାରେ ଉନ୍ନତି ଆଣିବା ଓ ରୋଜଗାର ବୃଦ୍ଧି କରିବା ଦିଗରେ **ସିଏମ୍-କିଷାନ ଯୋଜନା ଏକ ଦୃଢ଼ ପଦକ୍ଷେପ।** **ଚାଷୀଙ୍କ ସମୃଦ୍ଧି — ଓଡ଼ିଶାର ପ୍ରଗତି।** 🌾 #CMKISAN #CMKISAN2026 #FarmersEmpowerment #Puri #Odisha #Krushi #FarmerWelfare
1
14
1,893