ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha, PACS ଓ LAMPCS ର ରାଜ୍ୟବ୍ୟାପୀ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି। ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ବରଂ ଏହା କୃଷକ ସମାଜର ଆର୍ଥିକ ବିକାଶର ମୂଳଦୁଆ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ପରିବାରମାନଙ୍କୁ ବିପୁଳ ସଂଖ୍ୟାରେ ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର୍ ସେ ସମୃଦ୍ଧି’ ଆହ୍ୱାନକୁ ଆଧାର କରି ନିଜସ୍ୱ ‘ସମବାୟ ନୀତି ୨୦୨୬’ ପ୍ରଣୟନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଥିବା ବେଳେ ଗ୍ରାମାଞ୍ଚଳର ସମିତିଗୁଡ଼ିକୁ ବହୁମୁଖୀ ‘ମଲ୍ଟି-ସର୍ଭିସ୍ ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟରରେ ପରିଣତ କରାଯାଉଛି।
✅ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇତିହାସରେ ପ୍ରଥମ ଥର ପାଇଁ ୩୨୨ଟି ସମିତିର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି ଏବଂ ଏହି ପ୍ରକ୍ରିୟାରେ ୫୦୦ରୁ ଅଧିକ ସମିତିର ପ୍ରାୟ ୮ ଲକ୍ଷ ଚାଷୀ ଉପକୃତ ହେବେ।
✅ ଧାନ କୁଇଣ୍ଟାଲ ପ୍ରତି ୩,୧୦୦ ଟଙ୍କା MSP ପ୍ରଦାନ ସହିତ PACS ଓ LAMPCS ଗୁଡ଼ିକରେ ଗୋଟିଏ ଛାତ ତଳେ ସାର, ବିହନ, କୃଷି ଯନ୍ତ୍ରପାତି, ବ୍ୟାଙ୍କିଙ୍ଗ୍, ଫସଲ ବୀମା ଓ ଦୁଗ୍ଧ ସଂଗ୍ରହ ସୁବିଧା ଉପଲବ୍ଧ କରାଯାଉଛି।
✅ ‘ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ’ ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ଚିନି କଳ ଅଞ୍ଚଳର ଚାଷୀମାନଙ୍କୁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ପ୍ରଦାନ ସହ ଉଚ୍ଚ ସୁଗାର କଣ୍ଟେଣ୍ଟ ଥିବା ବିହନ ଯୋଗାଇବା ପାଇଁ ଘୋଷଣା କରାଯାଇଛି।
✅ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର, ୨୫୦ଟି ଜନସେବା କେନ୍ଦ୍ର (CSC), ୬୦ଟି Consumer Store, ୭୦ଟି PACS କାର୍ଯ୍ୟାଳୟ ଓ ଗୋଦାମ ଘର ଏବଂ ୨୧ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ରର ଲୋକାର୍ପଣ କରାଯାଇଛି।
✅ ୪ଟି ଆଦର୍ଶ ମଣ୍ଡି ଏବଂ ୩ଟି ଶସ୍ୟ ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
✅ National PACS Software ଏବଂ NLPS ମାଧ୍ୟମରେ ୩୦୦ଟି PACS ରେ ଅନ୍ଲାଇନ୍ କୋର୍ ବ୍ୟାଙ୍କିଙ୍ଗ୍ ଓ ରିଅଲ-ଟାଇମ୍ ସେଟେଲମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।
✅ ରାଜ୍ୟ ପଣ୍ୟାଗାର ନିଗମର ୧୧ ଜଣ ସହକାରୀ ଅଧୀକ୍ଷକ, ୧୯ ଜଣ ପଣ୍ୟାଗାର ସହାୟକ ଏବଂ ୩୬ ଜଣ ସମବାୟ ନିରୀକ୍ଷକଙ୍କୁ ମିଶାଇ ସମୁଦାୟ ୬୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।